December 22, 2024

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହି ପୂଜା ପ୍ରତିବର୍ଷ ଚୈତ୍ର ମାସ ର ପ୍ରତି ମଙ୍ଗଳବାର ରେ କରାଯାଏ ଯେଉଁଥିରେ ମା ମଙ୍ଗଳବାର ଙ୍କ ପୂଜା କରାଯାଏ | ପୂଜା ରେ ସ୍ତ୍ରୀ ମାନେ ଉପବାସ ରହି ଘର ର ମଙ୍ଗଳ ମନାସି କରିଥାନ୍ତି | ଏହା ମୁଳତଃ ଖାଲି ମାଟି ଜାଗାରେ ବା ଛକ ରେ କରାଯାଏ ଓ ପଣା ପ୍ରସାଦ ମାଟିରେ ଢ଼ାଳି ଦିଅନ୍ତି |ଏହି ପଣା ଖିର ,ଛେନା ,ଦହି,ଗୁଡ,କଂଚା ଆମ୍ବ ,କଦଳୀ,ଅଂଗୁର,ନଡିଆ ଓ ନାସପାତି ଆଦି ବିଭିର୍ଣ ଫଳ ମିଶାଇ ପ୍ରସ୍ତୁତ କରାଯାଏ ଓ ମା ମଂଦଳା କୁଂ ପ୍ରସାଦ ଲଗାଯାଏ ବ୍ରତଧାରୀ ଏହା ସେବନ କରି ଦିନ ତମାମ ରହନ୍ତି |ଏହା ପୁରା ମାସ ର ସବୁ ମଂଗଳବାର ରେ ପାଳିତ ହୁଏ |

ପୂଜା ସାମଗ୍ରି:- ଗୁଆ ,ଦୂବ, ଅରୁଆ ଚାଉଳ ,ଆମ୍ବ ଡାଳ, ନଡିଆ ,କଦଳୀ,ହଳଦୀ ଗୁଂଡ,ସିନ୍ଦୁର, ଚନ୍ଦନ ,ଘିଅ ,କଳସ ଓ ଫଳ ଭୋଗ ରାଗ ଇତ୍ୟାଦୀ |
ଏହି ପୂଜା ପ୍ରାୟତଃ ଦିନ ଦ୍ବିପହର ଅର୍ଥାତ୍ ୧୨ ଟା ସମୟରେ ଆରମ୍ଭ ହୁଏ| ଶଂଖ ହୁଳହୁଳି ଓ ଘଣ୍ଟ ରେ ଗାଁ ଦାଣ୍ଡ ଉଛୁଳି ପଡେ, ମହିଳା ମାନେ ଏକତ୍ରିତ ହୋଇ ମଂଗଳା ମା କୁଂ ପୂଜା କରିଥାନ୍ତି | ମାଟି ରେ ଗାତ କରି ପନ୍ଥେଇ କରାଯାଏ ଯେଉଁ ଥିରେ ବଟା ହଳଦୀ ରେ ମା’ କଂ ସ୍ବରୂପ ତିଆରି କରି ଚନ୍ଦନ ସିନ୍ଦୁର ଓ ପୁଷ୍ପ ରେ ସଜେଇ ଦିଆଯାଏ| | ପୂଜା ସାରୀ ମଗଂଳା ଓଷା ବହି ପଢାଯାଏ, ବନ୍ଦାପନା ସାରୀ ପ୍ରସାଦ ପଣା କୁ ମା’ କୁଂ ସମର୍ପଣ କରି ସେଇ ସ୍ଥାପନା ମା’ କଂ ଉପରେ ନିଜର ମନସ୍କାମନା ଜଣେଇ ସେହି ପନ୍ଥି ରେ ଓଷାଧାରୀ ମାନେ ଢାଳି ଦିଅନ୍ତି ଯାହା କି ରାସ୍ତାରେ ବୋହିଥାଏ| ସନ୍ତାନ କଂ ଆରୋଗ୍ୟ ମନାସୀ ମା’ ମାନେ ଏହି ବ୍ରତ କରିଥାନ୍ତି |ଶେଷ ପାଳିଦିନ ପିଠାପଣା ବି ଭୋଗ ଲାଗେ |

ମା’ ମଂଗଳା ସମସ୍ତ କୁଂ ନୀରୋଗୀ ଓ ସୁଖି ରଖନ୍ତୁ ଜୟ ମା’ ମଂଗଳା

Leave a Reply

Your email address will not be published. Required fields are marked *