ସ୍ବାସ୍ଥ୍ୟ ହିଁ ସମ୍ପଦ, ଦେହ ଠିକ୍ ଥିଲେ ମନ ଠିକ୍ ରହିବ , ତେଣୁ ଆଜି ଭିଟାମିନ୍ ଡି ଓ କେ ବିଷୟରେ ଟିକେ ଆଲୋଚନା କରିବା । ଭାରି ସାଧାରଣ ଲାଗୁଥିବା ଭିଟାମିନ୍ ଡି ଯାହାକି ଆମକୁ ସୂର୍ଯ୍ୟ କିରଣ ରୁ ମିଳିଥାଏ ତାର ଶରୀର ରେ କମ୍ ହୋଇଗଲେ ଦେହ ଖରାପ ହୁଏ ଯାହା ଧିରେ ଧିରେ ଅନୁଭବ ହୋଇଥାଏ ।ଭିଟାମିନ୍ କେ ମଧ୍ୟ ଶରୀର ର ରକ୍ତ ପ୍ରବାହ କୁ ଠିକ୍ କରିଥାଏ। ଭିଟାମିନ୍ ଡି- ୩ ଓ କେ-୨ ର ସେବନ ଦ୍ବାରା ଭିଟାମିନ୍ ଡି ଓ କେ ମିଳିଥାଏ କିନ୍ତୁ ଯଦି ଏହି ଦୁଇଟି ମିଶାଇ ଖାଇବା ତାହାର ଅନେକ ଭଲ ପ୍ରଭାବ ମିଳିଥାଏ ଯେମିତି କି ହାର୍ଟ(ହୃଦୟ),ହାଡ(ବୋନ୍) ଓ ବ୍ଲଡ ସୁଗାର ଇତ୍ୟାଦି ।
ଭିଟାମିନ୍ ଡି ଆମେ ସୂର୍ଯ୍ୟକୀରଣ ରୁ ପାଇଥାଉ କିନ୍ତୁ ବୈଗ୍ୟାନିକ ପରୀକ୍ଷଣ ରୁ ପ୍ରସ୍ତୁତ ଏହି ଭିଟାମିନ୍ ଡି- ୩ ଖାଇବା ତାହାହେଲେ ଆମେ ତାଠାରୁ ବି ଅଧିକ ଗୁଣ ଲାଭ ପାଇ ପାରିବା ।
ଭିଟାମିନ୍ ଡି-୩ ର ପ୍ରୟୋଗ ଓ ଉପକାରୀତା :-
୧- ହାଡ କୁ ଶକ୍ତିଶାଳୀ କରେ
୨ – ହୃଦ୍ ରୋଗ( cardiovascular disease)କୁ ଉପଚାର କରେ
୨- ମସ୍ଥିଷ୍କ କୁ ପ୍ରଖର କରାଏ
୩- ଶରୀର ର ଇମୁନିଟି ପ୍ରକ୍ରିୟା କୁ ବଢାଏ
୪- ଗ୍ୟାସ୍ ଜନିତ ରୋଗ କୁ ଉପଚାର କରେ
୫- କ୍ୟାନ୍ ସର (cancer) ରୁ ବି ରକ୍ଷା କରେ
ଭିଟାମିନ୍ କେ-୨ ପାକସ୍ଥଳି (ଷ୍ଟୋମାକ୍ )ରେ ଭୂତାଣୁ ରୁ ତିଆରି ହୁଏ , ଏହା ସାଧାରଣତଃ ମାଛ ଓ ବିନ୍ସ ରୁ ମିଳିଥାଏ ।ବିଭିର୍ଣ ପ୍ରକାର ଶାଗ, ଧନିଆ ପତ୍ର, ବ୍ରୋକୋଲି, ଆଭୋକାଡୋ, ଖିର ଜାତୀୟ ଚିଜ୍, ଦହି, ବଟର୍, ବଡ ମାଛ,କଲିଜା ,ଚିକେନ୍ ,ଅଣ୍ଡା ର ହଳଦୀଆ ଅଂଶ ଇତ୍ୟାଦି ରୁ ମିଳିଥାଏ ।
ଭିଟାମିନ୍ କେ-୨ ର ପ୍ରୟୋଗ ର ଉପକାରିତା:-
୧- ହୃଦୟ (ହାର୍ଟ)ରୋଗ କୁ କମ୍ କରେ
୨- ହାଇ ବ୍ଲଗ୍ ପ୍ରେସର କୁ ନିୟନ୍ତଣ କରେ
୩- ହାଡ ବା ବୋନ୍ କୁ ମଜଭୁତ କରେ
୪- ଶରୀର ରେ ଇନ୍ସୁଲିନ୍ କୁ କମେଇଥାଏ
୫ – ଡାଇବେଚିକ୍ କଣ୍ଟୋଲ ରହେ ।
ଉଭୟ ଭିଟାମିନ୍ ଡି-୩ ଓ କେ- ୨ ସେବନ କରିବା ଦ୍ବାରା ଉପକାରୀତା -
୧- ଆମର ଇନ୍ସୁଲିନ୍ ବଢାଏ ଯାହାଦ୍ବାରା କିଡନି,ହାର୍ଟ, ନରଭସ୍ ସିଷ୍ଟମ କୁ ପୋଷଣ ମିଳେ ।
୨- କେଲସିଅମ୍ ଥିବାରୁ ହାଡ କୁ ମଜବୁତ କରେ ।
୩- ହୃଦ୍ ରୋଗ ବା ହାର୍ଟ ଡିଜିଜ୍ କୁ କମ୍ କରେ, ହାର୍ଟ ର ସୁରକ୍ଷା କରେ ।
୪- ଡାଇବେଟିସ୍ ବା ମଧୁମେୟ ର ଉପଚାର ରେ ସହାୟତା କରେ ।
୫- କିଡନି କୁ ସୁରକ୍ଷା ଦିଏ ।
ଭିଟାମିନ୍ – ଡି-୩ ର ଅଭାବ ହେଲେ ଶରୀର ରେ କାଲ୍ସିଅମ୍ କମ୍ ହୋଇ ହାଡ ଦୁର୍ବଳ ହେଲେ ହାଡ ଭାଗିଥାଏ,ମାଂସ ପେଷି ତଥା ଦାନ୍ତ ବି ଦୁର୍ବଳ ହୁଏ ।ଏହି ଭିଟାମିନ୍ ଡି ର ଅଭାବରୁ ଛୋଟ ପିଲାକଂ ର ରିକେଟ୍ସ( Rickets) ବା ହାଡ କୁ ଦୁର୍ବଳ କରିଦିଏ । ଭିଟାମିନ୍ କେ -୨ ଶରୀର ରେ ଅଭାବ ହେଲେ ଲିଭର ରେ ରୋଗ ବ୍ୟାପି ଥାଏ ।ପାକସ୍ଥଳି ରେ ହଜମ ଶକ୍ତି (ଲିପିଡ୍ ମେଟାବୋଲିଜମ୍ )ରେ ଅନିୟମିତତା ଦେଖା ଦିଏ ଓ ଆଳଶ୍ୟ ବା ନିଦ ଲାଗେ,ଗ୍ୟାସ୍ ଜନିତ ରୋଗ ଇତ୍ୟାଦି ହୁଏ। ତେଣୁ ଏହି ଭିଟାମିନ୍ ଡି-୩ ଓ ଭିଟାମିନ୍ କେ-୨ ର ସେବନ କରିବା ଦ୍ବାରା ଏକ ସୁସ୍ଥ ଜୀବନ ର ମାର୍ଗ ଖୋଲିଯାଏ । ସବଠୁ ଭଲ କି ଏହି ମେଡିସିନ୍ କୁ ରେଗୁଲାର ଖାଇବା ଦ୍ବାର୍ ଡାକ୍ତରଖାନା ର ବେଡ୍ ଠାରୁ ଦୁରେଇ ଏକ ନୀରୋଗୀ ସୁସ୍ଥ ଜୀବନ ଆପଣେଇବା ପାରିବା ।