କବିତା ର ପ୍ରଥମ ଶ୍ରୋତା
ତୁମେ ନିଜେ ଏକ ବିସ୍ତୃତ କବିତା
ତୁମରି ତୁଣ୍ଡରୁ
କବିତା ପାଇଁ କି ପଦଟିଏ କଥା
ଶୁଣିବାକୁ କେତେ ଯେ ବ୍ୟଗ୍ରତା
ତୁମେ ଏକା ବୁଝିପାର କବିଟିର ବ୍ୟଥା ।
ଯେତେବେଳେ କବିତାକୁ ନିଖାରି ନିଖାରି
ଶବ୍ଦ ବିନ୍ୟାସ କୁ ଉଚ୍ଚାରି ଉଚ୍ଚାରି
ରଖିବାକୁ ଚେଷ୍ଠାକରେ
ତୁମ ର ମନ କୁ ଆବୋରି ।
ହେ ପ୍ରଥମ ଶ୍ରୋତା
ମତେ ଲାଗେ ସତେ ଯେପରି
ତୁମ ଓଠରୁ ଝରଇ କବିତା
ତୁମ ନୟନ ରୁ ଝରଇ ବାରତା
ସ୍ନିଗ୍ଧତା ମଧୁରତା ସବୁ ଆଦିମତା ।
କବିତା ତ ଫୁଲ ଟିଏ – ହେ ପ୍ରଥମ ଶ୍ରୋତା ,ତୁମରି ଖୋଷା ର
କବିତା ତ ଫୁଲଟିଏ – ହେ ପ୍ରଥମ ଶ୍ରୋତା ,ତୁମରି ଓଠର ।
କବିତା ତ କଣ୍ଟାଟିଏ
ତୁମ ସଜା ଗୋଲାପ ବଣର
କବିତା ତ ଲାଜଟିଏ
ତୁମର ସେ ଝାଉଳା ଆଖିର
କବିତା ତ ପକ୍ଷୀଟିଏ
ବସନ୍ତ ରେ ଆସେ ବାର ବାର
ହେ ପ୍ରଥମ ଶ୍ରୋତା
କବିତା ହିଁ ଅର୍ଥ ଭରେ
ତୁମ ଆମ ମିଳନ ସୁର ର ।