ଓଜନ ହ୍ରାସ ପାଇଁ ଲେମ୍ବୁ ପାଣି ଡାଏଟ୍ ଏବଂ ବ୍ୟାୟାମ ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା କି ଓଜନ କମେଇବାରେ ସାହାର୍ଯ୍ୟ କରେ | ଆମେ ଏହା ମଧ୍ୟ ଜାଣୁ ଯେ କିଛି ଖାଦ୍ୟ ର ମିଶ୍ରଣ ଆପଣଙ୍କ ଶରୀର ର (Metabolism)ମେଟାବୋଲିଜିମ ଓ ଓଜନ ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ | କଳା ଲୁଣ ସହିତ ଲେମ୍ବୁ ପାଣି ଏହିପରି ଏକ ମିଶ୍ରଣ ଅଟେ ।
- ସକାଳେ ଖାଲି ପେଟରେ ଉଷୁମ ପାଣି ଓ ଲେମ୍ବୁ ରସ ପେଟର ଚର୍ବି କାଟିବା ପାଇଁ ଏକ ଉତ୍କୃଷ୍ଟ ପ୍ରତିକାର ଭାବରେ ବିବେଚନା କରାଯାଏ | ଲେମ୍ବୁରେ ଭିଟାମିନ୍ ସି ଭରପୂର, କ୍ୟାଲୋରୀରେ କମ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର | ଲେମ୍ବୁ ପାଣି ଆପଣଙ୍କୁ ହାଇଡ୍ରେଟ୍ ରଖେ, ମେଟାବୋଲିଜିମ୍ ବୁଷ୍ଟ କରେ ଏବଂ ଓଜନ କମେଇବାରେ ସାହାଯ୍ୟ କରେ ।କ୍ୟାଲୋରୀ ହିସାବରେ ଏକ ଗ୍ଲାସ ଲେମ୍ବୁ ପାଣି ରେ ମାତ୍ର ୬ କ୍ୟାଲୋରିଜ , ସେଥିରେ କଳା ଲୁଣ ମିଶାଇଲେ ସ୍ୱାସ୍ଥ୍ୟ ର ଉପକାରିତା ବି ବଢିଥାଏ | କଳା ଲୁଣ ପ୍ରାକୃତିକ ଖଣିଜ ପଦାର୍ଥରେ ଭରପୁର ଯାହା ମାନବ ଶରୀରର ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ |
- ଏଏହି ଉଷୁମ ପାଣି ଓ କଳା ଲୁଣ ଓ ଲେମ୍ବୁ ର ମିଶ୍ରଣ ର ପାନୀୟ ଆପଣଙ୍କୁ ଓଜନ କମାଇବାରେ ସାହାର୍ଯ୍ୟ କରିବା ସହ ହଜମ ପ୍ରକ୍ରିୟାକୁ ପରିଚାଳନା କରିବାରେ ସାହାଯ୍ୟ କରେ | ଯଦି ହଜମ ଶକ୍ତି ଠିକ୍ ରେ କାମ କରୁ ନ ଥାଏ ତେବେ ଓଜନ କମି ବାରେ ଅସୁବିଧା ହୁଏ , ଏହା ବ୍ୟତିତ ପାକସ୍ଥଳି ପରିଷ୍କାର ହୋଇ ହଜମ ଶକ୍ତି ର ବୃଦ୍ଧି ହୁଏ ଓ ଓଜନ କମାଇବାରେ ସହଜ ହୋଇଥାଏ ।
- ନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରିତା:- କଳା ଲୁଣ ସହିତ ଲେମ୍ବୁ ପାଣି ମଧ୍ୟ ହଜମ ପ୍ରକ୍ରିୟାର ଓ ପି.ଏଚ୍ ସ୍ଥର କୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ | ଏହା ଅମ୍ଳତା(ଏସିଡିଟି) ଚର୍ମ ରୋଗ, ଅଷ୍ଟିଓପୋରୋସିସ୍ ଏବଂ ଆର୍ଥ୍ରାଇଟିସ୍ ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ ।କଳା ଲୁଣ ମଧ୍ୟ ଆପଣ ଖାଉଥିବା ଖାଦ୍ୟରୁ ଅଧିକ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ | ଏହି ପାନୀୟ ଟି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇ ଥିବାରୁ ଉଚ୍ଚ ରକ୍ତଚାପ(ହାଇ ବ୍ଲଡ୍ ପ୍ରେସର) ଓ କୋଲେଷ୍ଟ୍ରାଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏବଂ ଧମନୀ ମଧ୍ୟରେ ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ |
- ପାନୀୟ ପ୍ରସ୍ତୁତ କରିବା ପ୍ରଣାଳୀ- ଏକ ଗ୍ଲାସ୍ ପାଣି ନିଅନ୍ତୁ (ବିଶେଷତଃ ସାଧାରଣ କିମ୍ବା ଉଷ୍ମ) ଏବଂ 2 ଟେବୁଲ୍ ଚାମଚ ଲେମ୍ବୁ ରସ ଏବଂ ଏକ ଚୁଟକି କଳା ଲୁଣ ମିଶାନ୍ତୁ | ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ | ଆପଣ ଏହାକୁ ସକାଳେ ଖାଲି ପେଟରେ କିମ୍ବା ଭୋଜନ ପରେ ପିଇ ପାରିବେ । ଆପଣଙ୍କୁ ମନେ ରଖିବା କୁ ହେବ ଯେ ଏହା କେବଳ ଏକ ଉପାୟ ଯାହା ଆପଣଙ୍କର ଓଜନ ହ୍ରାସ କରିବାରେ ସହାୟତା କରିପାରିବ କିନ୍ତୁ କେବଳ ଏହି ପାନୀୟ ପିଇବା ଦ୍ୱାରା ଆପଣକଂର ଓଜନ କମ୍ ହେବ ତାହା ନୁହେଁ ବରଂ ଉତ୍ତମ ଖାଦ୍ୟ ଏବଂ ବ୍ୟାୟାମ କରିବା ଅତି ଆବଶ୍ୟକ ଅଟେ ।