ଛୁକଂ ପଖାଳ, ବାସି ପଖାଳ ଓ ଦହି ପଖାଳ, ସେଥିରେ ଲେମ୍ବୁ କସି ଆମ୍ବ ଓ ଆମ୍ବ ଅଦା ମିଶା ହେଇଚି, ସଜନା ଛୁଇଁ ଆଳୁ ଭଜା, ବାଇଗଣ ଭଜା ଦୁଇ ପ୍ରକାର, ଶାଗ ୨ ପ୍ରକାର, ଶାଗ ବଡି ଓ ଶାଗ ଖରଡା,ଭେଣ୍ଡି ମସଲା, ଆଳୁ ଚଟଣି ମସଲା ଓ ସିଜା ଆଳୁ କଂଚା ପିଆଜ ଲଂକା ଲୁଣ ଓ ଶୋରିଷ ତେଲ ଚକଟା ,ବାଇଗଣ ଚଟଣୀ, ଆଳୁ ଚେକା ଭଜା, ଲିମ୍ବ କଢି ଭଜା, ବଡି ଭଜା, ବଡି ଚୁରା, ମାଛ ଭଜା, ମାଛ ମସଲା, କାକୁଡି, ଛୋଟ ପିଆଜ,କଂଚା ଲଂକା , ଦହି , ଲେମ୍ବୁ ଓ ପାମ୍ପଡ ଛଣା । ଆଜି ଏତେ ସବୁ ପଖାଳ ର ଆୟୋଜନ , କିନ୍ତୁ ଏଇ ପଖାଳ ଆମ ଓଡିଆ ଘର ର ନିତି ଦିନିଆ ଖାଦ୍ୟ। ଚାଷୀ ଭାଇ ପଖାଳ କଂସାଏ ସହିତ ବାଇଗଣ ପୋଡା ,ଦହି ଓ ପିଆଜ ଖାଇ ସକାଳୁ ଖେତ କୁ ଯାଇ ଖରା ତରା ରେ କାମ କରେ; ସେଥିରେ ତାକୁ ପୋଷଣ ମିଳିଥାଏ। ଗାଁ ଗହଳି ରେ ଆମ ଆଈ ଓ ଜେଜେ ମାଁ ଗାଧୋଇ ଆସି ବାସି ପଂଖାଳ ଖାଇ ଦିନ ସାରା ର କାମ କରନ୍ତି; ଏମିତି କି କେହି କୁଣିଆ ଆସିଲେ ପଖାଳ ମୁଠାଏ ବାଢି ଦିଆଯାଏ।
ପଖାଳ ପଲି ଶବ୍ଦ ପଖାଳିବା ଓ ସଂସ୍କୃତ ଶବ୍ଦ ପ୍ରକ୍ଷାଳନ ରୁ ଉଧୃତ ଯାହା ଅର୍ଥ ଧୋଇବାକୁ ବୁଝାଏ ।ଯଦିଓ ଏହା ଓଡିଆ ଘର ର ମୂଖ୍ୟ ଖାଦ୍ୟ ତେବେ ବି ପୂର୍ବ ଭାରତ ର ଅନ୍ୟ କେତେକ ପ୍ରଦେଶ ରେ ବି ଅନ୍ୟ ନାମରେ ପରିଚିତ ଯେମିତି କି ଏହା କୁ ବଂଗଳା ରେ ପାଂନ୍ତା ଭାତ୍,ଛତିଶଗଡ ରେ ବୋର ଭାତ୍,ଝାରଖଣ୍ଡ ରେ ପାନି ଭାତ୍ ,ଆସାମ ରେ ପୋଇତ ଭାତ୍ ଓ ତାମିଲନାଡୁ ରେ ପାଝେଢୁସାଦମ୍ କହନ୍ତି ।
ଏହା ଶ୍ରୀ ଜଗନ୍ନାଥ କଂ ର ପ୍ରସ୍ତୁତ ଭୋଗ ରେ ବି ସ୍ଥାନ ପାଇଛି, ଏମିତି କି ଭାରତ ର ପଡୋଶୀ ଦେଶ ନେପପାଳ,ବାଂଲାଦେଶ ଓ ମ୍ୟାନମାର ର କେତେକ ସାଥାନରେ ବି ଖାଇଥାନ୍ତି ।
ପ୍ରସ୍ତୁତ ପ୍ରଣାଳୀ :- ଭାତ କୁ ପ୍ରସ୍ତୁତ କରି ଥଣ୍ଡା ହେବା ପରେ ସେଥିରେ ପାଣି ମିଶେଇ ରାତି ରେ ରଖି ଦିଆଯାଏ , ଟିକେ ଲେମ୍ବୁ ରସ ପକାଇଲେ ଟିକେ ଖଟା ଲାଗେ ଓ ଖାଇବାକୁ ଭଲ ଲାଗେ। ଯଦି ସକାଳେ ତିଆରି କରନ୍ତି ତାହାହେଲେ ଦହି ମିଶେଇ ସେଥିରେ ଲୁଣ ମିଶାଇ ଖାଆନ୍ତି ।କେହି କେହି ଯିରା; ଲକାଂ ,ଭୃଷଂଗ ପତ୍ର , ଧନିଆ ବା ପୁଦିନା ପତ୍ର,କଷି ଆମ୍ବ କୋରା, ଅଦା ଛେଚା ବି ପଖାଳ ଭାତରେ ମିସାଇଥାନ୍ତି । ଏହି ଭାତ ରେ ଥିବା ପାଣି କୁ ତୋରାଣୀ କହନ୍ତି, ଭାତ ଖାଇବା ପରେ ଏହାକୁ ପିଇଦିଆଯାଏ । ପଖାଳ ସହିତ ବାଇଗଣ ପୋଡା, ଭେଣ୍ଡି ଭଜା, ଶାବ,ବଡି ଚୂରା, ଆଳୁ ଭଜା ବା ସିଜା ର ଚଟଣୀ, ମାଛ ଭଜା ଇତ୍ୟାଦି ପ୍ରସ୍ତୁତ ହୁଏ ।
ତେବେ କ’ଣ ଅଛି ପଖାଳ ରେ, ଟିକେ ବିଚାର କରିବା ।
ଏହା ଅଧିକ ନ୍ୟୁଟିସନ୍ ଓ ମିନେରାଲ୍ ରେ ଭରପୁର ଯେମିତି କି ଆଇରନ୍,ପୋଟାସିଅମ୍ ଓ କାଲ୍ସିଅମ୍ ଅଟେ ।ଏହା ଯଦି ପ୧୨ ଘଣ୍ଟା ରୁ ପ୍ରସ୍ତୁତ ହୋଇଥାଏ (ବାସି ପଖାଳ)ତେବେ ସେଥିରେ ୩୨% କାଲୋରୀ ,୨୮% ଭିଟାମିନ୍,୨୨% ସହଜ ହଜମ ଶକ୍ତି ଥାଏ, ଶହେ ଗ୍ରାମ୍ ରେ ସୋଡିଅମ୍ 303 mg73.91 mg ଆଇରନ୍ ଯୁକ୍ତ ଥାଏ ।
ଉପକାରୀତା- ପଖାଳ ଖରା ଦିନ ର ଏକ ପୁଷ୍ଟିକର ଖାଦ୍ୟ ଯାହା କି ତାତି ରୁ ରକ୍ଷାକରେ, ଡି ହାଇଡ୍ରେସନ୍ ହୁଏ ନାହିଁ ତେଣୁ ଗରମ ରୁ କାଟିବାର ଏକ ଅସ୍ତ୍ର ।ଏହାକୁ ଖାଇବା ଦ୍ବାରା ଦିନରେ ପୋଷଣ ଯୋଗାଏ ଓ ରାତିରେ ଭଲ ନିଦ ହୁଏ, ଶୀଘ୍ର ହଜମ ହୁଏ,ଶରୀର ପତଳା ରହେ,ଏହା ଶରୀର କୁ ଶିତଳ କରେ ଓ ଦେହ ର ଟେମ୍ପରେଚର୍ କୁ କଣ୍ଟୋଲ୍ ରଖ, ପେଟ ଯନିତ ରୋଗ ଯେମିତି କି ଅଲସର୍ ରୁ ରକ୍ଷାକରେ ଓ ସୌନ୍ଦର୍ଯ୍ୟ ବୃଦ୍ଧି କରେ ।
ତେଣୁ ଓଡିଆ ଘର ର ଏହି ପଖାଳ ଆଜି ବିଶ୍ବ ବିଖ୍ୟାତ ହୋଇଚି। ଏହା ୧୮ ମାର୍ଚ ୨୦୧୭ ରେ ମାନ୍ୟତା ପାରଥିଲା ଓ ପ୍ରତିବର୍ଷ ମାର୍ଚ ୨୦ ତାରିଖ କୁ ବିଶ୍ବ ପଖାଳ ଦିବସ ରୂପେ ପାଳିତ ହେଉଚି। ବଡ ବଡ ପଂଚ ତାରକା ହୋଟେଲ ର ମେନ୍ୟୁ କାର୍ଡ ରେ ସ୍ଥାନ ପାଇଛି ।